ଓଁ ମା' ବଗଳା ମୁଖୀ ପିଠେ ୧୪୧ କୁଣ୍ଡିୟ
ଶ୍ରୀ ଶ୍ରୀ ନିଖିଳ ବ୍ରହ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ଵଶାନ୍ତି ମହାଯଜ୍ଞ ମହୋତ୍ସବ

ତା ୧୫/୦୨/୨୦୨୬ ରୁ ୨୧/୦୨/୨୦୨୬
ମହୋତ୍ସବ ର ଉଦ୍ଦେଶ୍ୟ

ଏହି ପବିତ୍ର ଆସ୍ଥାକୁ ଆଧାର କରି, ଆସନ୍ତା ୧୫ ଫେବୃଆରୀ ୨୦୨୬ (ରବିବାର) ଠାରୁ ୨୧ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ, ପୁରୀ ଜିଲ୍ଲା ସ୍ଥିତ ଦାଣ୍ଡମୁକୁନ୍ଦପୁର ଗ୍ରାମରେ ଅବସ୍ଥିତ ମାଁ ବଗଳାମୁଖୀ ପୀଠରେ ୧୪୧ କୁଣ୍ଡିୟ ଶ୍ରୀ ନିଖିଳ ବ୍ରହ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ମହାଯଜ୍ଞ ମହୋତ୍ସବ ଭବ୍ୟ ଓ ଧାର୍ମିକ ରୀତି-ନୀତି ସହ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ମହାନ୍ ଧାର୍ମିକ ଅନୁଷ୍ଠାନରେ—ସହସ୍ର ଚଣ୍ଡୀପାଠ, ସହସ୍ର ରୁଦ୍ରାଭିଷେକ, ସହସ୍ର ଗୀତାପାଠ, ଶ୍ରୀସୂକ୍ତ ଯଜ୍ଞ, ନାରାୟଣ ଜପ, ହୋମ, ତର୍ପଣ ଓ ମାର୍ଜନା ଭଳି ବିଭିନ୍ନ ଶାସ୍ତ୍ରୋକ୍ତ ବେଦିକ କାର୍ଯ୍ୟକ୍ରମ ସମ୍ପନ୍ନ ହେବା ସହିତ ମା’ ବଗଳାଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।

ଏହି ମହାନୁଷ୍ଠାନ ମାଧ୍ୟମରେ ବିଶ୍ୱଶାନ୍ତି, ଦେଶ-ଜନକଳ୍ୟାଣ, ସମୃଦ୍ଧି, ସାମାଜିକ ସମନ୍ୱୟ ଓ ସକାରାତ୍ମକ ଶକ୍ତି ପ୍ରସାର ପାଇଁ ପ୍ରାର୍ଥନା କରାଯିବ। ମହାଯଜ୍ଞରେ ବେଦପାଠ, ମନ୍ତ୍ରୋଚ୍ଚାରଣ, ହୋମ-ଯଜ୍ଞ, ପୂଜା-ଅର୍ଚ୍ଚନା ସହିତ ମାଁ ବଗଳାମୁଖୀଙ୍କ ବିଶେଷ ଆରାଧନା କରାଯିବ। ଏହି ମହାଯଜ୍ଞ ମାଧ୍ୟମରେ ଦେଶ, ରାଜ୍ୟ ଓ ସମଗ୍ର ବିଶ୍ୱରେ ଶାନ୍ତି, ସମୃଦ୍ଧି, ସଦ୍ଭାବ ଓ ସକାରାତ୍ମକ ଶକ୍ତି ପ୍ରସାର ପାଇଁ ମାଁ ବଗଳାମୁଖୀଙ୍କ ଚରଣରେ ବିଶେଷ ପ୍ରାର୍ଥନା କରାଯିବ।ଏହି ମହାଯଜ୍ଞ ପାଇଁ ମୋଟ ୧୪୧ଟି ଅଲଗା ଅଲଗା ମହାଯଜ୍ଞ କୁଣ୍ଡ ନିର୍ମାଣ କରାଯାଉଛି, ଯେଉଁଥିରେ ନିର୍ଦ୍ଧାରିତ ବିଧି-ବିଧାନ ଅନୁଯାୟୀ ହୋମ ଓ ଆହୁତି ଦିଆଯିବ। ଭାରତର ବିଭିନ୍ନ ସ୍ଥାନରୁ ଆଗତ ଅଭିଜ୍ଞ ବ୍ରାହ୍ମଣ ଓ ପଣ୍ଡିତମାନଙ୍କ ଦ୍ୱାରା ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ସଂପନ୍ନ କରାଯିବ ବୋଲି ଆୟୋଜକମାନଙ୍କ ଠାରୁ ସୂଚନା ଦେଇଛନ୍ତି।

ଆମନ୍ତ୍ରଣ

ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁର ଗ୍ରାମରେ ଅବସ୍ଥିତ ମା’ ବଗଳାମୁଖୀ ପୀଠ ଏକ ପ୍ରାଚୀନ ଓ ଶକ୍ତିଶାଳୀ ଆଧ୍ୟାତ୍ମିକ କେନ୍ଦ୍ର। ଏଠାରେ ନିୟମିତ ଭାବେ ପୂଜା, ଅର୍ଚ୍ଚନା, ଜପ, ହୋମ ଓ ବିଭିନ୍ନ ବୈଦିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। 

ଦର୍ଶନ ସମୟ, ବିଶେଷ ପୂଜା ଓ ଅନୁଷ୍ଠାନ ସମ୍ପର୍କିତ ସୂଚନା ପାଇଁ ଦୟାକରି ଫୋନ୍‌ ମାଧ୍ୟମରେ ପୂର୍ବରୁ ଯୋଗାଯୋଗ କରନ୍ତୁ। 

ପଣ୍ଡିତ ଶ୍ରୀ ଦେବାଶିଷ ନନ୍ଦ
📱 ୯୯୩୮୧ ୯୬୩୨୨