ଶକ୍ତି, ସାହସର ଦେବୀ ଭାବେ ପରିଚିତ, ମା’ ବଗଳାମୁଖୀ, ଦଶମହାବିଦ୍ୟାଙ୍କ ମଧ୍ୟରୁ ଜଣେ। ମା’ ଗଳାମୁଖୀଙ୍କ ଆରାଧନା ମାଧ୍ୟମରେ ନକରାତ୍ମକ ଶକ୍ତି ନିରୋଧ, ଶତ୍ରୁ ନାଶ, ବିଘ୍ନ ବାଧା ନିବାରଣ ଓ ମନୋବଳ ବୃଦ୍ଧି ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି । ଭକ୍ତମାନଙ୍କ ଆସ୍ଥା ଅନୁଯାୟୀ, ମା’ ବଗଳାମୁଖୀ ସମସ୍ତ ଅଶୁଭ ଶକ୍ତିକୁ ନିରୋଧ କରି ସଠିକ୍ ପଥରେ ଜୀବନକୁ ଆଗେଇ ନେଇଯାଆନ୍ତି ବୋଲି ଭକ୍ତଙ୍କ ମଧ୍ୟରେ ବିଶ୍ବାସ ରହିଛି ।